Categories: ଜାତୀୟ

ଟ୍ରମ୍ପ୍‌ ଦେଖିବେନି ଗୁଜରାଟ ଦାରିଦ୍ର୍ୟ: ଝୁମ୍ପୁଡ଼ି ବସ୍ତି ଆଗରେ ତିଆରି ହେଲା ପ୍ରାଚୀର

ଅହମଦାବାଦ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ୨୪-୨୫ରେ ଭାରତ ଗସ୍ତରେ ଆସିବେ। ସେ ଗୁଜରାଟର ଅହମଦାବାଦରେ କେମ୍‌ ଛୋ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଟ୍ରମ୍ପ୍‌ଙ୍କ ଗସ୍ତ ନେଇ ଅହମଦାବାଦ୍‌ ମ୍ୟୁନିସିପାଲିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅହମଦାବାଦ୍‌ ବିମାନବନ୍ଦରଠାରୁ ଆରମ୍ଭ କରି ମୋଟେରା ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ରାସ୍ତାକୁ ମରାମତି କରାଯାଉଛି। ଏହି ରାସ୍ତା କଡ଼ରେ ଥିବା ଝୁମ୍ପୁଡ଼ି ବସ୍ତି ଯେପରି ଟ୍ରମ୍ପ୍‌ଙ୍କୁ ଦେଖା ନ ଯିବ ସେଥି ପାଇଁ ରାସ୍ତା କଡ଼ରେ ଉଚ୍ଚ ପ୍ରାଚୀର ନିର୍ମାଣ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

Share