ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କଶ୍ମୀର ପ୍ରସଙ୍ଗରେ ଅଠାକାଠିରେ ପଡ଼ିଛନ୍ତି। ତେବେ ଏଥିରୁ ମୁକୁଳିବା ପାଇଁ ସେ ଅନ୍ୟ ଯୋଜନା କରିଥିବା କଂଗ୍ରେସ ଏମ୍ପି ମନୀଷ ତିଓ୍ବାରୀ ଅଭିଯୋଗ କରିଛନ୍ତି। ମୋଦି ସରକାର ଟ୍ରମ୍ପ୍ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ତିନି ତଲାକ୍ ବିଲ୍କୁ ଢ଼ାଲ କରିବାକୁ ଚିନ୍ତା କରୁଥିବା ମନୀଷ୍ କହିଛନ୍ତି। ଫଳରେ ସହଜରେ ଲୋକଙ୍କ ଦୃଷ୍ଟି ଟ୍ରମ୍ପ୍ ପ୍ରସଙ୍ଗରୁ ଦୂରେଇ ଯାଇ ପାରିବ ବୋଲି ସେ କହିଛନ୍ତି।