Categories: ଜାତୀୟ

ଟ୍ରମ୍ପ୍‌ ବୁଲିଯିବେ ତାଜମହଲ: ଦୁର୍ଗନ୍ଧ ହଟାଇବା ପାଇଁ ଯମୁନାରେ ଛଡ଼ାଗଲା ୫୦୦ କ୍ୟୁସେକ୍‌ ଜଳ

ଆଗ୍ରା,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଟ୍ରମ୍ପ୍‌ ଯେପରି ଭାରତର ଦାରିଦ୍ର୍ୟ ନ ଦେଖି ପାରିବେ ସେଥିପାଇଁ ଅହମଦାବାଦ୍‌ ବିମାନବନ୍ଦରରୁ ମୋଟେରା ଷ୍ଟାଡ଼ିୟମ୍‌ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରାଯାଇଛି। ଫଳରେ ଟ୍ରମ୍ପ୍‌ ସେଠାରେ ଥିବା ବସ୍ତି ଦେଖିପାରିବେ ନାହିଁ। ସେହିପରି ଗସ୍ତ ସମୟରେ ଟ୍ରମ୍ପ୍‌ ଆଗ୍ରାରେ ତାଜମହଲ ବୁଲିଯିବେ। ତାଙ୍କ ସହିତ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍‌ ମଧ୍ୟ ତାଜମହଲ ବୁଲିବେ। ତେବେ ତାଜମହଲ ନିକଟବର୍ତ୍ତୀ ଅଞ୍ଚଳରୁ ଦୁର୍ଗନ୍ଧ ହଟାଇବା ପାଇଁ ଉତ୍ତରପ୍ରଦେଶ ସରକାର ଯମୁନାରେ ୫୦୦ କ୍ୟୁସେକ୍‌ ଜଳ ଛାଡିଛନ୍ତି। ଫେବୃୟାରୀ ୨୧ ସୁଦ୍ଧା ଏହା ତାଜମହଲ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଯିବ। ଏହାଦ୍ୱାରା ଜମି ରହିଥିବା ବର୍ଜ୍ୟବସ୍ତୁ ସଫା ହୋଇଯାଇ ଦୁର୍ଗନ୍ଧ ହଟିଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

Share