ଟ୍ରମ୍ପ କଲେ କରୋନା ଭାଇରସ ଟେଷ୍ଟ

ଓ୍ବାଶିଂଟନ,୧୫।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ତାଙ୍କର କରୋନା ଭାଇରସ ଟେଷ୍ଟ କରାଇ ନେଇଛନ୍ତି। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ସୂନଚାଯୋଗ୍ୟ, ଗତ ସପ୍ତାହରେ ଟ୍ରମ୍ପ ବ୍ରାଜିଲ ପ୍ରତିନିଧି ମଣ୍ଡଳଙ୍କ ସହ ସାକ୍ଷାତ୍‌ କରିବା ବେଳେ ସେମାନଙ୍କ ସହ ହାତ ମିଳାଇଥିଲେ। ଏହାପରେ ଜଣାପଡିଥିଲା କି ବ୍ରାଜିଲର ଯେଉଁ ପ୍ରତିନିଧି ମଣ୍ଡଳଙ୍କ ସହ ଟ୍ରମ୍ପ ହାତ ମିଳାଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ କରୋନାରେ ସଂକ୍ରମିତ। ଏହା ଜାଣିବା ପରେ ଟ୍ରମ୍ପ କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପର୍ଯ୍ୟନ୍ତ ଆମେରିକାର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨,୨୨୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share