ଟ୍ରମ୍ପ ଜିତନ୍ତୁ କିମ୍ବା ହାରିସ୍‌, ଭାରତ-ଆମେରିକା ସମ୍ପର୍କକୁ ନେଇ ଜୟଶଙ୍କର କହିଲେ…

ନୂଆଦିଲ୍ଲୀ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଅଗ୍ରଗତି ହେବ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର କାନବେରାରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ସେ ଏଭଳି କହିଛନ୍ତି। ଜୟଶଙ୍କର କହିଛନ୍ତି, ଆମେରିକା ସହ ଭାରତର ସମ୍ପର୍କକୁ ଦୃଢ ଏବଂ ସ୍ଥିର। ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ଆମେରିକା ରାଷ୍ଟ୍ରପତି କାର୍ଯ୍ୟକାଳରେ ଭାରତ-ଆମେରିକା ସମ୍ପର୍କରେ ସ୍ଥିର ଅଭିବୃଦ୍ଧି ଘଟିଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ଧାରା ଜାରି ରହିବ।

ଏହି ସମୟରେ ଜୟଶଙ୍କର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅବଦାନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯାହାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ୱାଡ ମିଳିତ ମଞ୍ଚ ପୁନର୍ଜୀବିତ ହୋଇଥିଲା। ସେ ଏହାକୁ ଭାରତ-ପ୍ରଶାନ୍ତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସମୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଭାବ ଆଜି ମଧ୍ୟ ଦୁଇ ଦେଶର ସମ୍ପର୍କ ଉପରେ ସ୍ପଷ୍ଟ ଦେଖାଯାଉଛି। ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି ଭାରତ-ଆମେରିକା ସମ୍ପର୍କର ଭବିଷ୍ୟତ ଅତ୍ୟନ୍ତ ସକରାତ୍ମକ ବୋଲି ସେ ବିଶ୍ୱାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଦି କମଲା ହାରିସ୍‌ ରାଷ୍ଟ୍ରପତି ହୁଅନ୍ତି, ତେବେ ଘଟିବ ଏମିତି, ଯାହା ୨୩୫ ବର୍ଷର ଇତିହାସରେ କେବେ ହୋଇନାହିଁ

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଉଭୟ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ୍‌ ବିଜୟ ଦାବି କରୁଛନ୍ତି।...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲାଙ୍କ କମବ୍ୟାକ, ନ୍ୟୁୟର୍କରେ ଜିତିଲେ

ଓ୍ବାଶିଂଟନ,୬।୧୧: ନଭେମ୍ବର ୫ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରାରେ, ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ୧୭୮ରୁ ଅଧିକ ଆସନରେ...

ଟ୍ରମ୍ପ ନା ହାରିସ୍‌? ଯାହାର ଭବିଷ୍ୟବାଣୀ ୪୦ ବର୍ଷ ମଧ୍ୟରେ ଭୁଲ ହୋଇନାହିଁ, ସେ କହିଦେଲେ କିଏ ହେବେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ ଚିତ୍ର କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଆମେରିକୀୟମାନେ ଆସନ୍ତା ଚାରି ବର୍ଷ ପାଇଁ କମଲା ହାରିସ୍‌ କିମ୍ବା...

ଆମେରିକାରେ ମତଦାନ ଶେଷ: ଆଜି ଫଳାଫଳ

ଓ୍ବାଶିଂଟନ୍‌, ୬ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବରୁ ୮୨ ନିୟୁତରୁ...

ଆମେରିକା ନିର୍ବାଚନରେ କିଏ ମାରିବେ ବାଜି: ଜାଣନ୍ତୁ କ’ଣ ରହିଛି ଆଗଧାଡି ଗଣମାଧ୍ୟମର ଆକଳନ

ଦୁଇ ବଡ଼ ଦଳର ତିକ୍ତତାପୂର୍ଣ୍ଣ ମାରାଥନ୍‌ ପ୍ରଚାର ଶେଷରେ ନୂଆ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ନଭେମ୍ବର ୫ରେ ଭୋଟ ଦେଇଛନ୍ତି ଆମେରିକୀୟ ମତଦାତା। ଡେମୋକ୍ରାଟ୍‌ ଉପରାଷ୍ଟ୍ରପତି...

ଆମେରିକା ନିର୍ବାଚନ: ଆସିଲା ଟ୍ରେଣ୍ଡ, ଜଣାପଡିଲା କିଏ ଆଗରେ…

ଓ୍ବାଶିଂଟନ୍‌,୫।୧୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର କମଲା ହାରିସ...

କିଏ ହେବେ ରାଷ୍ଟ୍ରପତି? ଜଳହସ୍ତୀ କଲା ପୂର୍ବାନୁମାନ…

ଓ୍ବାଶିଂଟନ୍‌,୫।୧୧: AI କ୍ଷମତା ସମ୍ପନ୍ନ ChatGPT ଟ୍ରମ୍ପ ଓ ହାରିସଙ୍କ ହ୍ବାଇଟ ହାଉସ ଦଖଲକୁ ଅସମ୍ଭବ ବୋଲି ପୂର୍ବାନୁମାନ ଲଗାଇଥିବା ବେଳେ ନିରବ ରହିଛି ଗୁଗୁଲର...

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri