ଟ୍ରମ୍ପ ପାଳିବେ ଦୀପାବଳି

ଓ୍ବାଶିଂଟନ,୨୨।୧୦: ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବେ ବୋଲି ଜଣାପଡିଛି। ଭାରତରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବର ୩ ଦିନ ପୂର୍ବରୁ ସେ ଏହି ଉତ୍ସବ ପାଳନ କରିବେ। ଏହାକୁ ନେଇ ଟ୍ରମ୍ପ ତୃତୀୟ ଥର ଲାଗି ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବାକୁ ଯାଉଛନ୍ତି। ଏହି ପରମ୍ପରା ଟ୍ରମ୍ପଙ୍କ ପୂର୍ବର ରାଷ୍ଟ୍ରପତି ବାରାକ ଓବାମା ୨୦୦୯ରେ ଆରମ୍ଭ କରିଥିଲେ। ଟ୍ରମ୍ପ ୨୦୧୭ରେ ପ୍ରଥମେ ଦୀପାବଳି ପାଳନ କରିଥିଲେ। ଏଥର ଦୀପ ଜଳାଇ ସେ ଏହି ପର୍ବକୁ ପାଳନ କରିବେ ବୋଲି ସୂଚନା ରହିଛି।

Share