ଅହମଦାବାଦ,୨୧।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଅହମଦାବଦରେ ଅନୁଷ୍ଠିତ ରୋଡ ଶୋ’କୁ ନେଇ ଆସୁଛି ନୂଆ ନୂଆ ଖବର। ଏହି ବହୁ ପ୍ରତିକ୍ଷିତ ରୋଡ ଶୋ’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ସିକ୍ୟୁରିଟି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି। ଟ୍ରମ୍ପଙ୍କ ରୋଡ ଶୋ’ ସମୟରେ ହାଇଟେକ୍ ସିକ୍ୟୁରିଟି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି। ଆମେରିକା ସିକ୍ରେଟ ଏଜେନ୍ସି ଏହାର ସମିକ୍ଷା କରୁଥିବା ସୂଚନା ମିଳିଛି। ତେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ରୋଡ ଶୋ’ରେ ସାମିଲ ହେବାକୁ ଚାହୁଁଥିବା ବେଳେ ତାଙ୍କ ଗାଡିକୁ ଆମେରିକା ସିକ୍ରେଟ ଏଜେନ୍ସି କୁଆଡେ ରୋଡ ଶୋ’ରେ ଯିବାକୁ ଅନୁମତି ଦେଇ ନାହିଁ ବୋଲି ଶୁଣିବାକୁ ମିଳିିଛି। କୁହାଯାଉଛି ଟ୍ରମ୍ପ ଓ ମୋଦିଙ୍କ ରୋଡ ଶୋ’ ସମୟରେ ଆମେରିକା ସିକ୍ରେଟ ଏଜେନ୍ସି ସମସ୍ତ ଭାର ବହନ କରିବ। ତେଣୁ ଟ୍ରମ୍ପଙ୍କ ରୋଡ ଶୋ’ରେ ସାମିଲ ହେବାକୁ କେଉଁ କାରକୁ ଅନୁମତି ମିଳିବ କାହାକୁ ମିଳିବ ନାହିଁ ତାହା ଆମେରିକା ସିକ୍ରେଟ ଏଜେନ୍ସି ସ୍ଥିର କରିବ।