ବ୍ରହ୍ମପୁର ଅଫିସ,୨୬।୪: ଲକ୍ଡାଉନ୍ ସମୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ନୂତନ ଶିକ୍ଷାବର୍ଷର ପାଠ୍ୟପୁସ୍ତକ ଦେବା କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏହି ସମୟରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦାଶିବ ପାଢୀ ଶନିବାର ଟ୍ରଲି ଚଳାଇ ଛାତ୍ରୀଛାତ୍ରଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ପୋଡାମାରୀର ମୁନିସାହି, ଗୁଲାସାହି, ମହାନ୍ତି ସାହି, ଦାଶ ସାହି, ବଜାର ସାହି, ଢିମ୍ବିରା ସାହି, ଜଗାଳି ସାହି ଓ ମଧୁନଗର ସାହିକୁ ଯାଇ ଦ୍ୱିତୀୟରୁ ୬ଷ୍ଠଶ୍ରେଣୀର ୧୪୦ ପିଲାଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟର ମାଧ୍ୟମରେ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି ।