ଟ୍ରାଇବାଲ୍‌ ପ୍ରିଣ୍ଟ

ଖରାଦିନେ ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ରହିଛି ଡିମାଣ୍ଡ। ସ୍କର୍ଟ, ଟପ୍ସ୍‌, ବ୍ଲାଉଜ୍‌, ଶର୍ଟସରେ ବି ଏହି ପ୍ରିଣ୍ଟକୁ ଆପଣାଇପାରିବେ..
– ଜ୍ୟୋମେଟ୍ରିକ୍‌ ସେପ୍ସ ଏବଂ ଆବ୍‌ଷ୍ଟ୍ରାକ୍ଟସ୍‌ ଲାଇନ୍ସର ଟ୍ରାଇବାଲ୍‌ ପ୍ରିଣ୍ଟ ମାର୍କେଟରେ ମିଳୁଛି। ଟ୍ରାଇବାଲ୍‌ ପ୍ରିଣ୍ଟ୍‌ସରେ ବ୍ରାଇଟ୍‌ ରେଡ୍‌, ପିଙ୍କ୍‌, ଅରେଞ୍ଜ୍‌, ଗ୍ରୀନ୍‌, ଲାଇମ୍‌ ଗ୍ରୀନ୍‌, ବ୍ଲୁ ଭଳି କଲର କମ୍ବିନେଶନ ମାନିଥାଏ।
– ଟ୍ରାଇବାଲ୍‌ ପ୍ରିଣ୍ଟ୍‌ସ ଆପଣଙ୍କର କ୍ଲାସିକ୍‌ ଲୁକ୍‌କୁ କଲରଫୁଲ୍‌ ଏବଂ ପର୍ସନାଲିଟିକୁ ବେଶ୍‌ ମ୍ୟାଚିଂ କରିଥାଏ। ପ୍ଲେନ୍‌ ବ୍ଲୁ ଜିନ୍ସ ବା ଧଳା ଶାର୍ଟ ସହ ମିକ୍ସ ଏଣ୍ଡ୍‌ ମ୍ୟାଚ୍‌ କରି ପିନ୍ଧନ୍ତୁ। ଏହା ଆପଣଙ୍କୁ ଡିଫରେଣ୍ଟ୍‌ ଲୁକ୍‌ ଦେବ।
– ପ୍ଲେନ୍‌ ଜିନ୍ସ ସହ ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ଶାର୍ଟ ଆପଣଙ୍କୁ କଲରଫୁଲ୍‌ ଲୁକ୍‌ ଦେଇଥାଏ। ଧଳା ଶାର୍ଟ ସହ ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ସ୍କର୍ଟ ବା ପ୍ଲାଜୋ ପ୍ୟାଣ୍ଟ୍‌ସ ମ୍ୟାଚିଂ କରିଥାଏ। ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ମ୍ୟାକ୍ସି ଡ୍ରେସ୍‌ ବି ଆପଣାନ୍ତୁ। ଏହା ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେବ।