ଟ୍ରାଇ ସାଇକେଲ ଲାଗି ଆବେଦନ କରି ଦିବ୍ୟାଙ୍ଗ ନିରାଶ

 

କୋମନା,୨୧।୩ (ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ପଁଚେତ୍‌ କୁଶଦହନା ଗଁାର ପୁରୁଷୋତ୍ତମ ସାହୁ(୩୫)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ଦିବ୍ୟାଙ୍ଗ ପାଲଟିଯାଇଛନ୍‌। ହେଲେ ସେ ହାର ନାଇଁମାନି। ଫିଦିନ ନିଜର ଟ୍ରାଇ ସାଇକେଲରେ ଆସର ପାସର ଗଁା ବୁଲି ପାଉଁରୁଟି ବିକୁଛନ୍‌। ହେଲେ ତାକର ଟ୍ରାଇସାଇକେଲଟା ଦଦ୍‌ରା ହେଇଗଲାନ। ଏନ୍‌ତାଥି ବୁଲି ବୁଲି ବେପାର କରବାରେ ଅସ୍‌ବିଧା ହେଉଛେ। ନୂଅଁା ଟ୍ରାଇ ସାଇକେଲ ଖଁଡ଼େ ପାଏବାର ଲାଗି ସେ ଅନେକ ଥର ଦରଖାସ୍ତ ଦେଇ ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କୁଶଦହନା ଗଁାର ବାଲକୁମାର ସାହୁ(୬୫)। ପରିବାର କହେଲେ ମାଏକିନା ତେଜିକୁମାରୀ, ଦୁଇ ପୁଓ ପୁରୁଷୋତ୍ତମ(୩୫) ଆର ଲଖନ(୩୨)କୁଁ ନେଇ ସଁସାର। ପୁରୁଷୋତ୍ତମ ଜନମ୍‌ ବେଲୁ ୫ ବଛର ତକ୍‌ ଠିକ୍‌ଠାକ୍‌ ଥିଲେ। ପଛେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ। ଗରିବ୍‌ ମା’ବାପ୍‌ ଯାହା ପାରଲେ ଚିକିଛା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଶେଷେ ପୁରୁଷୋତ୍ତମକଁର ଦୁଇ ଗୋଡ଼ ଅଚଲ ହେଇଗଲା। ସେଦିନ୍‌ଠାନୁ ସେ ଦିବ୍ୟାଙ୍ଗ ପାଲଟିଯାଇଛନ୍‌। ହେଲେ ପୁରୁଷୋତ୍ତମକଁର ପାଠ୍‌ ପଢ଼ବାର ବହୁତ୍‌ ଇଛା ଥିଲା। ସେଥିରଲାଗି ମା’ବାପ୍‌ ଗଁା ସ୍କୁଲରେ ତାକର ନଁା ଲେଖେଇ ଦେଲେ। ସେଠାନୁ ପାସ୍‌ କଲା ଉତାରୁ କୁରୁମପୁରୀ ହାଇସ୍କୁଲରେ ମାଟ୍ରିକ ତକ୍‌ ପଢ଼ଲେ। ହେଲେ ଟଁକା ପଏସା ଅଭାବୁ ତାକର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ିଥିଲା। ସରକାରୀ ସାହାଯ୍‌ କହେଲେ ଭିନ୍ନକ୍ଷମ ଭତା ଆର ୨୦୧୭ରେ ଗୁଟେ ଟ୍ରାଇସାଇକେଲ ପାଇଥିଲେ। ପୁରୁଷୋତ୍ତମ ଏହେଦେ ସେ ଟ୍ରାଇ ସାଇକେଲରେ ଫିଦିନ ୧୦ରୁ ୧୫ କି.ମି. ବୁଲି ବୁଲି ଗଁାମାନକେ ପାଉଁରୁଟି ବିକୁଛନ୍‌। ହେଲେ ଏହେଦେ ତାକର ଟ୍ରାଇ ସାଇକେଲଟା ଦଦ୍‌ରା ହେଇଗଲାନ। ଏନ୍‌ତାଥି ସେ ବେପାର କରି ନାଇଁପାରବାର। ନୂଅଁା ଟ୍ରାଇ ସାଇକେଲ ଖଁଡ଼େ ପାଏବାର ଲାଗି ଥାନୀଅ ପରଶାସନନୁ ମୁଖ୍ୟମନ୍ତ୍ରୀକଁର ଅଭିଯୋଗ କୁଠା ତକ୍‌ ପୁରୁଷୋତ୍ତମ ଦରଖାସ୍ତ ଦେଇଛନ୍‌। ମୁଖ୍ୟମନ୍ତ୍ରୀକଁର ଦପ୍‌ତରନୁ ଆସିଥିବାର ଚିଠିକେ ସେ ବ୍ଲକ ପରଶାସନକେ ଦେଇଥିବାର କହିଛନ୍‌। ହେଲେ ଆଏଜ୍‌ତକ ଇ ଦିଗେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ ବଲି ସେ କହିଛନ୍‌। ପରଶାସନ ଗୁଟେ ଟ୍ରାଇ ସାଇକେଲ ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେଲେ ମୁଇଁ ମୋର ଜୀବନ୍‌ ଜିବ୍‌କା ଚଲେଇ ପାରତି ବଲି ଗଣମାଧ୍ୟମ ଜରିଆରେ ପୁରୁଷୋତ୍ତମ ଥାନୀଅ ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କୋମନା ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମିଥୁନ ତାଣ୍ଡିକୁଁ ପଚ୍‌ରାଲାରୁ ଦରକାରି କାଗଜପତର ସଂଗେ ଆବେଦନ କଲେ ନୂଅଁା ଟ୍ରାଇ ସାଇକେଲ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।

Share