Categories: ଜାତୀୟ

ଟ୍ରାକ୍ଟରରେ ଭୋଟ ଦେବାକୁ ପହଞ୍ଚିଲେ ନେତା

ମୁମ୍ବାଇ,୨୧।୧୦: ସୋମବାର ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ହରିଆଣାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ରାଜ୍ୟରେ ମୁଖ୍ୟତଃ କଂଗ୍ରେସ ଏବଂ ଭାଜପା ମଧ୍ୟ କଡା ମୁକାବିଲା ହେଉଛି। ସୋମବାର ସକାଳୁ ବିଭିନ୍ନ ନେତା ଭୋଟ ଦେବା ପାଇଁ ପହଞ୍ଚିଛନ୍ତି। ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ଭୋଟ ଦେବାକୁ ଆସିଥିଲେ। ସୂଚନାଯୋଗ୍ୟ, ମନୋହରଲାଲ ଖଟ୍ଟରଙ୍କ ନେତୃତ୍ୱରେ ଭାଜପା ୭୫ଟି ଆସନ ହାସଲ କରିବାକୁ ଟାର୍ଗେଟ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏଠାରେ କ୍ଷମତା ଦଖଲ କରିବାକୁ ପୁରା ଦମ ଲାଗିଦେଇଛି। ବର୍ତ୍ତମାନ ଭାଜପାର ଏଠାରେ ୪୮ ଜଣ ବିଧାୟକ ଅଛନ୍ତି ସହ ଗତ ଲୋକସଭା ନିର୍ବାଚନରେ ୧୦ଟି ଯାକ ଆସନ ଦଖଲ କରିନେଇଛି।

Share