Categories: ଗଞ୍ଜାମ

ଟ୍ରାକ୍ଟର ଓଲଟି ଜଣେ ମୃତ

ପାତ୍ରପୁର,୧୧ା୧୨(ଡି.ଏନ୍‌.ଏ.)-ଜରଡ଼ା ଥାନା ପୋଇଚାନ୍ଦିଆ କେନାଲ ନିକଟରେ ମଙ୍ଗଳବାର ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖାରିଆଗୁଡ଼ାର ମୂରଲି ନାଇକ (୨୫)। ମୂରଲି ଧାନ ଅମଳ ପାଇଁ ଟ୍ରକ୍ଟରରେ ସାମନ୍ତରାପୁର ଯାଉଥିବା ବେଳେ ପୋଇଚାନ୍ଦିଆ ନଦୀ ହିଡ଼ରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି କେନାଲ ମଧ୍ୟକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଜରଡ଼ା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।