ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

କ.ନୂଆଗଁା,୨୪ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ସାରଙ୍ଗ ଗଡ଼ ଥାନା ଅଞ୍ଚଳରେ ବୁଧବାର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବନେଗଁାର ଜମ୍ବେବ ପ୍ରଧାନ (୨୦)। ଟ୍ରାକ୍ଟରଟି ଗୋଡ଼ି ନେଇ ଗୁଟିଙ୍ଗିଆ ଅଭିମୁଖେ ଯାଉଥିବା ବେଳେ କାଣିବିଡ଼ିକାଠାରେ ଓଲଟିପଡ଼ିଥିଲା। ଏଥିରେ ବସିଥିବା ଜମ୍ବେବ ଗୁରୁତର ହୋଇଥିଲେ। ତାଙ୍କୁ ସାରଙ୍ଗଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାରଙ୍ଗଗଡ଼ ଥାନାରେ ନଂ.୪୮/୧୯ରେ ମାମଲା ରୁଜୁ ହୋଇଥିବା ଓଆଇସି ରଶ୍ମିତା ସାମଲ କହିଛନ୍ତି। ମୃତକଙ୍କ ପରିବାର ପକ୍ଷରୁ ସରକାରୀ ସହାୟତା ପାଇଁ ଦାବି ହୋଇଛି।

Share