ଟ୍ରାକ୍ଟର ଚକାତଳେ ଶ୍ରମିକଙ୍କ ଜୀବନଗଲା

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସିଆଙ୍ଗବାଲି ଗ୍ରାମର ମସେସ ପ୍ରଧାନ( ୨୨)।
ସୂଚନାଯୋଗ୍ୟ, ମସେସ ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ। ସେ ବାଲି ଆଣିବା ନିମନ୍ତେ ସିଆଙ୍ଗବାଲିରୁ ଗଦଡ଼ି ଗ୍ରାମକୁ ଯାଉଥିଲେ। ହେଲେ ରାଜେନପାଙ୍ଗା ଗ୍ରାମ ନିକଟରେ ଟ୍ରାକ୍ଟରର ଚକା ପଥର ଉପରେ ଚଢ଼ିଯିବାରୁ ମସେସ ଟ୍ରାକ୍ଟର ଡାଲାରୁ ଖସି ଚକାତଳେ ପଡ଼ି ଯାଇଥିଲେ। ଏହାପରେ ମସେସଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ଏକ ମାମଲା ୧୪୨/୧୯ ରୁଜୁ ହୋଇଛି। ସବ୍‌ଇନ୍ସପେକ୍ଟର ଗୋପାଳକୃଷ୍ଟ ଆଗୁପାତ୍ର ବାଲିଗୁଡ଼ାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଧ୍ୟା ହେଇଯାଇଥିବାରୁ ରବିବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି।

Share