Advertisement

ଟ୍ରାକ୍ଟର ଚାପାରେ ଶିଶୁ ପୁତ୍ରର ମୃତ୍ୟୁ: ଗାଁରେ ଉତ୍ତେଜନା

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଟ୍ରାକ୍ଟର ଚାପାରେ ଜଣେ ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ସେ ହେଲେ ବେଲସରେଇ ହୁଡ଼ିସାହିର ସୋରେନ ମୁଣ୍ଡାଙ୍କ ପୁଅ ସାଗର। ସାଗର ନିଜ ଘର ନିକଟରେ ବସିଥିବା ବେଳେ ଖତ ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟର ସାଗରଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି। ଖବର ପାଇ ପାଟଣା ପୋଲିସ ପକ୍ଷରୁ ଏଏସ୍‌ଆଇ ସୁଧାଂଶୁ ଶେଖର ଜେନା ଓ ସୁରେନ୍ଦ୍ରନାଥ ବିଶୋଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ନେଇ ଚାଳକ ଫେରାର ହୋଇଯାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel