ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶଶୀ ମୁଣ୍ଡାଙ୍କ ପୁଅ ଭିମ(୧୫)। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି। ଏ ନେଇ ସେମାନେ ଶନିବାର ମୃତଦେହ ବ୍ୟବଚ୍ଛେଦ ପାଇଁ ଦେଉ ନାହାନ୍ତି। ଫଳରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
Posted inଆମ ଜିଲା ଖବର, କେନ୍ଦୁଝର