ଟ୍ରାକ୍ଟର ଧକ୍କାରେ ପୁତୁରା ମୃତ, ଦାଦା ଗୁରୁତର

ଦାରିଙ୍ଗବାଡ଼ି,୨୧।୬(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ସୁଲୁମାହା ଘାଟିରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଟ୍ରାକ୍ଟର ଧକ୍କାରେ ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଦାଦା ଗୁରୁତର ହୋଇଛନ୍ତି। ମୃତକ ହେଲେ ଉକ୍ତ ଥାନା ଶ୍ରାନିକେତା ପଞ୍ଚାୟତ ଡବୁଲମାହା ଗ୍ରାମର ଶୁଭମ ପ୍ରଧାନ(୯)। ଆହତ ଜଣକ ଶୁଭମଙ୍କ ସମ୍ପର୍କୀୟ ଦାଦା କିଲିୟାନ ପ୍ରଧାନ।
ଯେ, ଶୁଭମ ଏବଂ କିଲିୟାନ ଏକ ନମ୍ବରବିହୀନ ବାଇକରେ ଦାରିଙ୍ଗବାଡ଼ିରୁ ଫେରୁଥିଲେ। ସୁଲୁମାହା ଘାଟିରେ ଏକ ନମ୍ବରବିହୀନ ଟ୍ରାକ୍ଟର ତାଙ୍କ ବାଇକ୍‌କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶୁଭମଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର କିଲିମୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦାରିଙ୍ଗବାଡ଼ି ପୋଲିସ ଟ୍ରାକ୍ଟର ଜବତ କରିଥିବାବେଳେ ଚାଳକ ଫେରାର ହୋଇଯାଇଛନ୍ତି।

Share