ଟ୍ରାକ୍‌ରେ ପାଣି: ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌ ବାତିଲ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ଟ୍ରେନ୍‌ ଲାଇନ୍‌ରେ ପାଣି ଚାଲିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ମଙ୍ଗଳବାର ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଟ୍ରାକ୍‌ରେ ପାଣି ଚାଲିଛି। ଟ୍ରେନ୍‌ ବାତିଲ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।