ଟ୍ରାଡିସ୍‌ନାଲ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ,୮।୬: ବି ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ବାରଣାସୀରେ ଅଛନ୍ତି। ସେଠାରେ ସେମାନେ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରୋହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଲିଆ ଓ ରଣବୀର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ସେହି ସମୟରେ ଦୁହିଁଙ୍କୁ ଟ୍ରାଡିସ୍‌ନାଲ ଲୁକ୍‌ରେ ଦେଖିବାକୁ ମିଳିଛି। ରଣବୀର କପୁର ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଗଳାରେ ମାଳ ଓ ମୁଣ୍ଡରେ ଚନ୍ଦନ ଲଗାଇଥିବା ଦେଖିବାକୁ ମିଳିଛି। ସେହିପରି ଆଲିଆ ହଳଦିଆ ରଙ୍ଗର ଡ୍ରେସରେ ବହୁ ସୁନ୍ଦର ଦେଖାଯାଉଛନ୍ତି। ଦୁଇଜଣଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆୟାନ ମୁଖାର୍ଜୀଙ୍କ ନିର୍ମିତ ଫିଲ୍ମ ବ୍ରହ୍ମାସ୍ତ୍ରୋ ଜରିଆରେ ପ୍ରଥମ ଥର ଦୁଇ ଜଣ ଏକାଠି ସ୍କ୍ରିନ୍‌ ଶେୟାର କରୁଛନ୍ତି।

Share