ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପ୍ରଥମ ମିସ୍‌ ମେକ୍ସିକୋ ମୁକୁଟ

ମେକ୍ସିକୋ ସିଟି,୩୦।୭: ମେକ୍ସିକୋରେ ପ୍ରଥମଥର ଲାଗି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମିସ୍‌ ମେକ୍ସିକୋ ୨୦୧୯ ମୁକୁଟ ମିଳିଛି। କାଲିଫର୍ନିଆ ଓ ମେକ୍ସିକୋ ସିଟିର ମିସ୍‌ଙ୍କୁ ହରାଇ ଇଓ୍ବାନା କୋଜାରେସ ଏହି ଗୌରବର ଅଧିକାରୀ ହୋଇପାରିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ସାମାଜିକ ଅଧିକାରକୁ ନେଇ ଏମାନଙ୍କୁ ପ୍ରଶ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ମେକ୍ସିକୋ ସହର ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି କୁହାଯାଏ। ସ୍ଥାନୀୟ ଏଲ୍‌ଜିବିଟି ଅଧିକାର ରିପୋର୍ଟ ଅନୁଯାୟୀ ୨୦୧୩ରୁ ୨୦୧୮ ମଧ୍ୟରେ ମେକ୍ସିକୋରେ ପ୍ରାୟ ୨୬୧ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ହତ୍ୟା କରାଯାଇଛି। ମିସ୍‌ ମେକ୍ସିକୋ ବିଜୟୀ ୨୭ ବର୍ଷୀୟା ଇଓ୍ବାନା କୋଜାରେସଙ୍କ ଏକ ବ୍ୟୁଟି ପାର୍ଲର ଥିବା ବେଳେ ସେ ମେକ୍ସିକୋରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସମ୍ମାନ ଦିଆଯାଉ ବୋଲି କହିଛନ୍ତି।

Share