ନୂଆଦିଲ୍ଲୀ,୧୭।୭: ପଶ୍ଚିମ ଦିଲ୍ଲୀ ମାୟାପୁରୀରେ ଜଣେ ଯୁବତୀ ଟ୍ରାଫିକ୍ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଳକଙ୍କ ସହ ଯୁବତୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବିନା ହେଲମେଟ୍ରେ ଯୁବତୀଙ୍କ ସହ ଜଣେ ଚାଳକ ବାଇକ୍ରେ ଯାଉଥିବା ବେଳେ ଟ୍ରାଫିକ୍ ପୋଲିସ ତାଙ୍କୁ ଅଟକାଇଥିଲା। ସେହି ସମୟରେ ପଛରେ ବସିଥିବା ଯୁବତୀ ହଠାତ୍ ଗାଡ଼ିରୁ ଓହ୍ଲାଇ ପୋଲିସଙ୍କୁ ଠେଲାପେଲା କରି ବିଚ୍ ରାସ୍ତାରେ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ରାସ୍ତାରେ ବହୁ ଲୋକ ଜମା ହୋଇଯାଇଥିଲେ ମଧ୍ୟ ତାଙ୍କୁ ଅଟକାଇବାକୁ କେହି ସାହସ କରି ନ ଥିଲେ। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ବାଇକ ଚାଳକ ଆନନ୍ଦ ପାଣ୍ଡେ ଓ ଯୁବତୀଙ୍କ ନାଁରେ ଟ୍ରାଫିକ ପୋଲିସ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ କରିଛି। ତେବେ ଯୁବତୀ ଓ ଚାଳକ ନିଶାଗ୍ରସ୍ତ ଥିଲେ ବୋଲି ପୋଲିସ ସୂଚନା ଦେଇଛି।