ଅତାବିରା,୧୩।୭(ଡି.ଏନ୍.ଏ): ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ଜନସାଧାରଣଙ୍କୁ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ୨୦୧୪ରୁ ଟ୍ରାଫିକ୍ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପଶ୍ଚିମ ଓଡିଶା ଟ୍ରାଫିକ୍ ସଚେତନତା ସଂଯୋଜକଙ୍କୁ ସମ୍ମାନିତ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡାରେ ପୁରୀର ଜନସାଧାରଣଙ୍କୁ ସଚେତନ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ ସହଯୋଗ କରିଥିବା ସଂଯୋଜକ ପଦ୍ମଲୋଚନ ଭୋରା ସାଗରଙ୍କୁ ପୋଲିସ ଆଇଜି ଆଇପିଏସ୍ ଅମିତାଭ ଠାକୁର ସମ୍ମାନିତ କରିଛନ୍ତି। ଏହି ଅବସରରେ କଟକ କ୍ରାଇମବ୍ରାଞ୍ଚ ଏସ୍ପି ଏମ୍.ସି. ସମ୍ପଦ ମଧ୍ୟ ଉପସ୍ଥିତ ଥିଲେ।