ଟ୍ରାଫିକ କନଷ୍ଟେବଳଙ୍କୁ ଅସଦାଚରଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର, ୨୧।୧୧ (ଡି.ଏ ନ.ଏ.): କାର୍ଯ୍ୟରତ ଜନୈକ ଟ୍ରାଫିକ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିବା ଅଭିଯୋଗ ବୁଧବାର ଏୟାରପୋର୍ଟ ଥାନା ପୋଲିସ ପୁନମାଗେଟରେ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲେ ଅମିତ ମହାପାତ୍ର। ପୋଲିସ ସୂଚନା ମୁତାବକ, ଏୟାରପୋର୍ଟ ଛକରେ ମହିଳା କନଷ୍ଟେବଳ ଡ୍ୟୁଟି କରୁଥିବା ବେଳେ ରେଡ ସିଗନାଲ ନ ମାନି ଅମିତ ରାସ୍ତା ଅତିକ୍ରମ କରିଥିଲେ। ମହିଳା କନଷ୍ଟେବଳ ତାଙ୍କୁ ଅଟକାଇବାରୁ ସେ ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର ଦେଖାଇଥିଲେ। ମହିଳା କନଷ୍ଟେବଳଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୨୦୮/୧୯ରେ ମାମଲା ରୁଜୁ କରି ଅମିତ୍‌ଙ୍କୁ କୋର୍ଟ ଚାଲାଣ କରିଛି।

Share