ଟ୍ରାଫିକ ନିୟମ ଉଲ୍ଲଂଘନ: ଦୁଇ ମାସରେ ଆଦାୟ ହୋଇଛି ଦେଢ଼ କୋଟି ଟଙ୍କା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି। ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୩୧୭ଜଣଙ୍କଠାରୁ ୪,୬୦,୦୮,୫୦ ଆଦାୟ ହୋଇଛି। ଇନ୍‌ସୁରାନ୍ସ ନ ଥିବା କାରଣରୁ ୨,୧୧୧ଜଣଙ୍କଠାରୁ ୧,୩୭,୯୭,୦୦ଟଙ୍କା, ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ୧,୧୭୭ଜଣଙ୍କଠାରୁ ୩,୮୧,୬୧,୧୦ ଟଙ୍କା ଆଦାୟ ହୋଇଛି। ସେହିଭଳି ମଦ ପିଇ ଗାଡ଼ି ଚଲାଉଥିବା ୪୯୦ଜଣଙ୍କଠାରୁ ୭ ଲକ୍ଷ ୩୮୧୦୦ ଟଙ୍କା ଆଦାୟ ହୋଇଛି।

Share