ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବିପତ୍ର ପ୍ରଦାନ

ବାରିପଦା ଅଫିସ,୫ା୬: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନର ଅଧ୍ୟକ୍ଷ ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଏସପି ଅଭିମନ୍ୟୁ ନାୟକଙ୍କୁ ସାକ୍ଷାତ କରିଛନ୍ତି। ସଂଗଠନର ଅଭିଯୋଗ ମୁତାବକ ସହରରେ ମୋଟରଯାନ ସଂଖ୍ୟା ବୃଦ୍ଧି ପାଇଛି। ପାର୍କିିଂ ଅଭାବ ଯୋଗୁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହା ସହିତ ଦୋକାନୀମାନେ ରାସ୍ତା ଉପରକୁ ମାଡ଼ି ଆସୁଛନ୍ତି। ଏପରିକି ଟ୍ରାଫିକ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ରାସ୍ତାରେ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକି ରହୁଥିବା ଦେଖିବାକୁ ମିଳୁଛି। ଏଣୁ ଏହାର ସ୍ଥାୟୀ ପ୍ରତିକାର ଦାବି କରି ସଂଗଠନର ଗୌରାଙ୍ଗ ସୋରେନ, ରଜତ ହାଁସଦା, ବାବୁଲୁ ହାଁସଦା, ଦୁଲାରାମ ବାସ୍କେ, ଭୋଲଶରାମ ଟୁଡୁ, ସାନେଲ କିସ୍କୁ ଓ ମନୋରଞ୍ଜନ ମାରାଣ୍ଡି ପ୍ରମୁଖ ଅତିରିକ୍ତ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।