ଟ୍ରାଭେଲ୍‌ ଟାଟୁ: ଦେଖାଯାଏ ଫ୍ୟାଶନେବଲ୍‌, ବଢ଼ାଏ ବୁଲିବାର କ୍ରେଜ୍‌

ଆଜିକାଲିର ମଡର୍ନ ଦୁନିଆରେ ଟାଟୁ କରିବାକୁ ନେଇ ଯୁବପିଢ଼ିଙ୍କ ଭିତରେ ବେଶ୍‌ କ୍ରେଜ୍‌ ରହୁଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ଟ୍ରାଭେଲ୍‌ ଟାଟୁର ଡିମାଣ୍ଡ ଏବେ କାହିଁରେ କେତେ। ଏହି ଟାଟୁ କେବଳ ଫ୍ୟାଶନେବଲ୍‌ ଦେଖାଯାଏ ତାହା ନୁହେଁ, ବେଳେବେଳେ ଏହା ଭ୍ରମଣପ୍ରିୟ ଯୁବପିଢ଼ିଙ୍କ ବୁଲିବାର କ୍ରେଜ୍‌କୁ ବି ବଢ଼ାଇ ଦେଇଥାଏ। ସେମିତି କିଛି କ୍ରେଜି ଟ୍ରାଭେଲ୍‌ ଟାଟୁ ସମ୍ପର୍କରେ…
ପାଦରେ କରିବେ ଟ୍ରାଭେଲ୍‌ ଟାଟୁ: ଯଦି ଆପଣ ଖୁବ୍‌ ଭ୍ରମଣପ୍ରିୟ, ତା’ହେଲେ ଆପଣ ଚାହିଁଲେ ଟ୍ରାଭେଲ୍‌ ସିମ୍ବଲର ଯେକୌଣସି ଟାଟୁକୁ ପାଦରେ କରିପାରିବେ। ଖାସ୍‌କରି ଏରୋପ୍ଲେନ୍‌ ଉଡୁଥିବାର ଟାଟୁ ଏଥିପାଇଁ ଭଲ ଅପ୍ସନ। ଏହି ଟାଟୁ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ, ଠିକ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ।
କମ୍ପାସ୍‌ ଟାଟୁ: ଯେଉଁ ଯୁବପିଢ଼ିମାନଙ୍କୁ ସାଉଥ୍‌ ହେଉ କିମ୍ବା ନର୍ଥ ଏପରି କି ଦୁନିଆର ଯେକୌଣସି ସ୍ଥାନକୁ ଯାଇ ବୁଲିବା ପସନ୍ଦ, ସେମାନଙ୍କ ପାଇଁ ଏହି ଧରଣର ଟ୍ରାଭେଲ୍‌ ଟାଟୁ ପର୍‌ଫେକ୍ଟ ହୋଇଥାଏ। କମ୍ପାସ୍‌ ଟାଟୁର ଫ୍ୟାଶନ ଯେବେଠାରୁ ଆରମ୍ଭ ହେଲାଣି ସେବେଠାରୁ ଏହାକୁ ନେଇ ଲୋକଙ୍କ ଭିତରେ ବେଶ୍‌ କ୍ରେଜ୍‌ ରହୁଥିବା ଦେଖିବାକୁ ମିଳୁଛି। ଖାସ୍‌କରି ଭ୍ରମଣପ୍ରିୟ ବ୍ୟକ୍ତି ଏହି ଟାଟୁକୁ ଅଧିକ ପସନ୍ଦ କରିଥାନ୍ତି।
ସନ୍‌ସେଟ୍‌ ଟାଟୁ: ଏହା ବି ଏକପ୍ରକାର ଟ୍ରେଣ୍ଡି ଟ୍ରାଭେଲ୍‌ ଟାଟୁର ଅନ୍ତର୍ଭୁକ୍ତ। ଯେଉଁମାନଙ୍କୁ ସମୁଦ୍ର ତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବାକୁ ଭଲ ଲାଗେ, ସେମାନେ ଚାହିଁଲେ ତାଙ୍କ ଶରୀରରେ ଏହି ଟାଟୁ କରିପାରିବେ। ସେହିଭଳି ଯେଉଁମାନଙ୍କୁ ଭ୍ରମଣର ଅନୁଭୂତିକୁ ନିଜ ଫୋନ୍‌ର କ୍ୟାମେରାରେ କ୍ୟାପ୍‌ଚର କରି ରଖିବାକୁ ଭଲ ଲାଗେ, ସେମାନେ ଚାହିଁଲେ ଏ ଧରଣର ଟାଟୁକୁ ନିଜ ବାହୁରେ ବି କରିପାରିବେ।
ବିଚ୍‌ ଟାଟୁ: ବେଳାଭୂମିରେ ବୁଲିବାର ଦୃଶ୍ୟକୁ ନେଇକି ବି ଆପଣ ଶରୀରରେ ଟାଟୁ କରିପାରିବେ। ଏହା ମଧ୍ୟ ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ।
ଗ୍ଲୋବ୍‌ ଟାଟୁ: ଭ୍ରମଣପ୍ରିୟ ବ୍ୟକ୍ତିମାନେ ଶରୀରରେ ଏହି ଟାଟୁ କଲେ ତାଙ୍କ ମନରେ ସର୍ବଦା ଗୋଟିଏ ଧାରଣା ଆସିଥାଏ ଯେ, ତାଙ୍କୁ କେବଳ ବୁଲିବାର ଅଛି। ଦୁନିଆର ପ୍ରତି କୋଣକୁ ତାଙ୍କୁ ଯିବାର ଅଛି ଆଉ ଜୀବନକୁ ଭରପୂର ଉପଭୋଗ କରିବାର ଅଛି।
ଟ୍ରାଭେଲ୍‌ ଶବ୍ଦର ଟାଟୁ:  ଯଦି ଆପଣ ଅତି ସିମ୍ପଲ ଷ୍ଟାଇଲ୍‌ର କୌଣସି ଟ୍ରାଭେଲ୍‌ ଟାଟୁ କରିବାକୁ ଚାହୁଁଥାନ୍ତି, ତା’ହେଲେ ଟ୍ରାଭେଲ୍‌ ସ୍ପେଲିଙ୍ଗ୍‌ର ଇଂଲିଶ ଶବ୍ଦକୁ ଏଥିରେ ସାମିଲ କରିପାରିବେ। ଏହି ଟାଟୁକୁ ଆପଣ ହାତରେ, କାନ୍ଧରେ, ବାହୁରେ ନଚେତ୍‌ କାନ ପଛରେ ବି କରିପାରିବେ।
ଏସବୁ ବ୍ୟତୀତ କୌଣସି ଦେଶର ମ୍ୟାପ୍‌ , ହଟ୍‌ ଏୟାର୍‌ ବେଲୁନ୍‌ କିମ୍ବା ବସ୍‌, ଟ୍ରେନ୍‌ ତଥା ବୋଟ୍‌ ଇତ୍ୟାଦିର ଟାଟୁକୁ ଶରୀରରେ କଲେ ଏହା ବ୍ୟକ୍ତିଙ୍କର ଭ୍ରମଣ ପ୍ରିୟର ମନୋଭାବକୁ ସ୍ପଷ୍ଟ ସୂଚାଇ ଦେଇଥାଏ।