ଟ୍ରେନରେ କଟି ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩।୧: ଗୁରୁବାର ବିଳମ୍ବିତ ରାତିରେ ଟ୍ରେନରେ କଟି ଭଦ୍ରକ ନୂଆ ବଜାର ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜଣକ ପଙ୍କଜ କୁମାର ସାହୁ ବୋଲି ରେଳବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେ ବାଉଦପୁର ନିକଟ ରେଳଲାଇନ ନିକଟରେ ଆତ୍ମହତ୍ୟା କରିଥିବା କୁହାଯାଉଛି।