Categories: ଜାତୀୟ

ଟ୍ରେନରେ ନେତାଙ୍କ ମିମିକ୍ରି କରି ଗିରଫ ହେଲେ ଯୁବକ

ସୁରଟ,୧।୬: ଗୁଜରାଟର ସୁରଟରୁ ଅବିନାଶ ଦୁବେ ନାମକ ଜଣେ ଯୁବକଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଅବିନାଶ ଉପରେ ଟ୍ରେନରେ ଅବୈଧ ଢ଼ଙ୍ଗରେ ପଶିବା, ଜୋରରେ ଶବ୍ଦ କରିବା ଓ ଅଭଦ୍ର ଭାଷାର ପ୍ରୟୋଗ କରିବା ସହ ଅନ୍ୟାନ୍ୟ ମାମଲାରେ ଆରପିଏଫ୍‌ ପକ୍ଷରୁ ଏଫ୍‌ଆଇଆର ଦିଆଯାଇଛି। ଏଥିସହ ଅବୈଧ ରୂପରେ ଖେଳନା ବିକ୍ରି କରିବା ନେଇ ମଧ୍ୟ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଅବିନାଶ ବାରଣାସିର ହୋଇଥିବା ବେଳେ ଗୁଜରାଟ ବଲସାଡରେ ରହୁଥିଲେ। କିଛି ଦିନ ହେଲା ସେ ସୁରଟର ଯେକୌଣସି ଟ୍ରେନର ଏସି ବଗିରେ ଚଢ଼ି ନେତାଙ୍କ ମିମିକ୍ରି କରିବା ସହ ଖେଳନା ବିକ୍ରି କରୁଥିଲେ। ନେତାଙ୍କ ମିମିକ୍ରି କରୁଥିବା ବେଳେ କୌଣସି ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ୬ମିନିଟର ଏହି ଭିଡିଓରେ ଅବିନାଶ ବହୁ ମଜାଳିଆ ଢ଼ଙ୍ଗରେ ନେତାଙ୍କ ମିମିକ୍ରି କରୁଥିବା ଦେଖିବାକୁ ମିଳିଛି।

Share