ମାଡ୍ରିଡ, ୨୭।୫: ଦୀର୍ଘ ଦିନ ପରେ ସ୍ପେନ୍ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡ଼ାଲ ଟ୍ରେନିଂକୁ ଫେରିଛନ୍ତି। କୋଭିଡ-୧୯ ମହାମାରୀ କାରଣରୁ ସେ ଟ୍ରେନିଂରୁ ଦୂରେଇ ରହିଥିଲେ। ମାଲେରକା ସ୍ଥିତ ରାଫା ନାଡାଲ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି। ସୋମବାର ସେ ଅଭ୍ୟାସ କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏବେ ପ୍ରାକ୍ସିସ୍କୁ ଫେରିଛି। ଶେଷରେ କୋର୍ଟକୁ ଫେରିଛି। ଅଭ୍ୟାସକୁ ଫେରିବା ସହିତ ବହୁତ ଖୁସି ଅନୁଭବ କରୁଛି ବୋଲି ନାଡାଲ ଏହି ଭିଡିଓରେ କହିଛନ୍ତି। ରାଫା ନାଡାଲ ଏକାଡେମୀରେ ଏବେ ଛୋଟ ପିଲାମାନେ ମଧ୍ୟ ଅଭ୍ୟାସ କରିପାରିବେ ଓ ଏଥିପାଇଁ ସେମାନେ ଖୁସି ଅଛନ୍ତି। ଏହା ସବୁଠାରୁ ବଡ଼ କଥା ବୋଲି ନାଡାଲ କହିଛନ୍ତି। ଏହାପୂର୍ବରୁ ମେ ୨୨ ତାରିଖରେ ନାଡ଼ାଲ ପ୍ରାକ୍ଟିସ୍ କରୁଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବିଶ୍ୱରେ ସ୍ଥିତି ସ୍ବାଭାବିକ ଥିଲେ ନାଡ଼ାଲ ଏବେ ପ୍ୟାରିସ୍ରେ ରୋନାଲ୍ଡ ଗ୍ୟାରସ୍ରେ ପ୍ରାକ୍ଟିସ କରୁଥାନ୍ତେ। କୋଭିଡ-୧୯ ମହାମାରୀ କାରଣରୁ ଫ୍ରେଞ୍ଚ୍ ଓପନ୍ କ୍ଲେ- କୋର୍ଟ ଟୁର୍ନାମେଣ୍ଟକୁ ଆୟୋଜନମାନେ ସ୍ଥଗିତ ରଖିଛନ୍ତି। ଏହି ମେଗା ଇଭେଣ୍ଟକୁ ଚଳିତ ବର୍ଷ ଶେଷରେ ଆୟୋଜନ କରାଯିବ।