କେନ୍ଦୁଝର,୯ା୪(ସ୍ବ.ପ୍ର.): ଟ୍ରେନିଂ ନେବାକୁ ଆସି ଲକ୍ ଡାଉନ ଯୋଗୁଁ ୧୨ ଜଣ ଯୁବକ କେନ୍ଦୁଝରରେ ଫସି ରହିଛନ୍ତି । ସେମାନଙ୍କ ଘର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବୋଲି ଜଣାପଡ଼ିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି ତାଲିମ ଦିଆଯାଉଥିଲା ବୋଲି ସେମାନେ କହିଛନ୍ତି। ଲକଡାଉନ ଘୋଷଣା ହେବାରୁ ସେମାନେ ଘରକୁ ଯାଇ ନ ପାରି କେନ୍ଦୁଝର ସହରର ଶ୍ରୀକୃଷ୍ଣ ବିହାର, ଡିଏଭି ସ୍କୁଲ ରାସ୍ତା ଲେନ ନମ୍ବର-୩ରେ ଭଡ଼ା ମେସରେ ଅଟକି ରହିଛନ୍ତି। ଲକ୍ ଡାଉନ ଯୋଗୁ ବାହାରକୁ ଯାଇ ନ ପାରି ଖାଦ୍ୟ ସମସ୍ୟାରେ ରହୁଛନ୍ତି। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।