ଟ୍ରେନ୍‌ରୁ ଖସି କଟିଥିଲା ଦୁଇ ଗୋଡ଼, ଚିକିତ୍ସାଧିନ ଅବସ୍ଥାରେ ଯୁବକ ମୃତ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ରୋଡ୍‌ ଷ୍ଟେଶନରେ ମଙ୍ଗଳବାର ଏକ ପାସେଞ୍ଜର ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଜଣେ ଯାତ୍ରୀ ଅସାବଧାନତାବଶତଃ ଖସି ପଡ଼ିଥିଲେ। ସେ ଟ୍ରେନ୍‌ ଲାଇନ୍‌ରେ ପଶି ଯିବା ଯୋଗୁ ତାଙ୍କର ଦୁଇଟି ଯାକ ଗୋଡ଼ କଟି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଜଣଙ୍କ ଛତିଶଗଡ଼ ହଙ୍କରର ସଞ୍ଜୟ କର(୩୧) ବୋଲି ଜଣାପଡ଼ିଛି। ତେବେ ଡିଏମ୍‌ୟୁ ଟ୍ରେନ୍‌ ସମ୍ବଲପୁରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଯାତ୍ରୀଜଣଙ୍କ ଝାରସୁଗୁଡ଼ା ରୋଡ୍‌ ଷ୍ଟେଶନରେ ଚଢ଼ିଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।