ଟ୍ରେନ୍‌ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୩ା୧(ଡି.ଏନ୍‌.ଏ.): ଜିଆର୍‌ପି ପୋଲିସ ବାଲେଶ୍ୱର ରେଳଷ୍ଟେଶନରେ ଶୁକ୍ରବାର ଡାଉନ୍‌ ହାଓ୍ବଡ଼ା-ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍‌ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ବୟସ ୬୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ପରିଚୟ ମିଳିପାରିନାହିଁ। ଟ୍ରେନ୍‌ ଶୌଚାଳୟ ସମ୍ମୁଖରେ ମୃତଦେହ ପଡ଼ିଥିବା ଜିଆର୍‌ପି ପୋଲିସ ଖବର ପାଇଥିଲା। ତାଙ୍କଠାରୁ ଯଶବନ୍ତପୁରରୁ ମୁଜାଫରପୁର ପର୍ଯ୍ୟନ୍ତ ଏକ ଟ୍ରେନ୍‌ ଟିକେଟ ମିଳିଛି। ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇଛି କି ହତ୍ୟା କରାଯାଇଛି ସେନେଇ ଜିଆର୍‌ପି ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧/୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share