ଟ୍ରେନ୍‌ରୁ ୫ଶହ ପାରା ଜବତ, ୨ ଗିରଫ

ବଲାଙ୍ଗୀର ଅଫିସ, ୩୧ା୮: ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୭ଟି ପେଟିରେ ଆସୁଥିବା ୫ଶହ ପାରାକୁ ବଲାଙ୍ଗୀର ଆରପିଏଫ୍‌(ରେଳ ସୁରକ୍ଷା ବଳ) ସ୍ଥାନୀୟ ରେଳଷ୍ଟେଶନ୍‌ରୁ ଶୁକ୍ରବାର ଜବତ କରିଛି। ପାରା ଚାଲାଣ କରୁଥିବା ବାପପୁଅଙ୍କୁ ଗିରଫ କରିଛି ା ଗିରଫ ୨ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲା ତମ୍ବାଛୋଡା ଗ୍ରାମର ନନ୍ଦୀକିଶୋର ଦୁର୍ଗା (୭୦) ଓ ତାଙ୍କ ପୁଅ ଧନୀରାମ ଦୁର୍ଗା (୪୦) ା ଉଭୟେ ଟିଟିଲାଗଡ଼ରେ ଏକ ଘର ଭଡ଼ା ନେଇ ରହୁଥିଲେ ା ସେମାନେ ଗତ କିଛି ବର୍ଷ ହେଲା ପାରା କିଣାବିକା କରୁଥିଲେ ା ଦଶହରା ସମୟରେ କଳାହାଣ୍ଡିର ପ୍ରସିଦ୍ଧ ମାଣିକେଶ୍ୱରୀ ଯାତ୍ରାରେ ଏହି ପାରା ବିକ୍ରି କରିବା ଉଦ୍ଦେଶ୍ୟରେ ସେମାନେ ଆଣୁଥିଲେ ବୋଲି ସ୍ବୀକାର କରିଛନ୍ତି ା ପଶ୍ଚିମବଙ୍ଗର ଉଲବେରିଆ ହାଟରୁ ଏହି ପାରା ସବୁ କିଣି ଟିଟିଲାଗଡ଼କୁ ଆଣୁଥିବା ଦୁର୍ଗା କହିଛନ୍ତି ା କୌଣସି ବନ୍ୟ ଜୀବଜନ୍ତୁ ଓ ପକ୍ଷୀଙ୍କୁ ଚାଲାଣ କରିବା ବେଆଇନ୍‌ ହୋଇଥିବାରୁ ସେମାନଙ୍କୁ ବଲାଙ୍ଗୀର ଆରପିଏଫ୍‌ ଗିରଫ କରିବା ସହ ପାରା ଜବତ୍‌ କରିଥିଲା ା ଜବତ୍‌ ୫ ଶହ ପାରା ଓ ଗିରଫ ବାପପୁଅଙ୍କୁ ଆରପିଏଫ୍‌ ବଲାଙ୍ଗୀର ବନବିଭାଗକୁ ହସ୍ତାନ୍ତର କରିଛି ା ଏନେଇ ସେକ୍‌ସନ୍‌ ୫୧ ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍‌ଶନ୍‌ ଆକ୍ଟ-୧୯୭୨ ଅନୁସାରେ ମାମଲା ରୁଜୁ କରାଯିବ ବୋଲି ଡିଏଫ୍‌ଓ ସମୀର ଶତପଥୀ କହିଛନ୍ତି ା ଅଭିଯୁକ୍ତଦ୍ୱୟ ଏତେ ସଂଖ୍ୟକ ପାରା କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ବଳି ଉଦ୍ଦେଶ୍ୟରେ ନିଆଯାଉଥିଲା କି ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ା ପ୍ରସିଦ୍ଧ ମାଣିକେଶ୍ୱରୀ ଯାତ୍ରାରେ ପାରାମାନଙ୍କୁ ଉଡାଇବାର ପରମ୍ପରା ରହିଛି ଓ ଏଣୁ ଏହାକୁ ବିକ୍ରି ଉଦ୍ଦେଶ୍ୟରେ ସେ ଆଣୁ ଥିଲେ ବୋଲି ଦୁର୍ଗା ସୂଚନା ଦେଇଛନ୍ତି ା ଶନିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି ା