Advertisement

ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୧୯।୮ (ଡି.ଏନ.ଏ.)- ଭଦ୍ରକ ଜିଲା ମଞ୍ଜୁରିରୋଡ ରେଳ ଷ୍ଟେଶନ ନିକଟରେ ସୋମବାର ଟ୍ରେନ୍‌ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ସାନଶାସନ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର କେଶବ ଜେନା(୬୨)। ସେ ବାଲେଶ୍ୱର ଯିବା ପାଇଁ ରେଳଧାରଣା କଡ଼ ଦେଇ ମଞ୍ଜୁରିରୋଡ ଷ୍ଟେଶନକୁ ଯାଉଥିବା ବେଳେ ଟ୍ରେନ୍‌ରେ କଟି ଯାଇଥିଲେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଦ୍ରକ ଜିଆର୍‌ପି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel