ଟ୍ରେନ୍‌ରେ କଟି ବୃଦ୍ଧାଙ୍କ ମୃତ୍ୟୁ: ଘରୋଇ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ

କେନ୍ଦୁଝର,୩୧।୮(ସ୍ବ.ପ୍ର.): କେନ୍ଦୁଝର ରେଳ ଷ୍ଟେଶନ ନିକଟରେ ଶନିବାର ଟ୍ରେନ୍‌ରେ କଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରୁକ୍ମୁଣୀ ସାହୁ(୬୫)। ତାଙ୍କ ଘର ସଦର ବ୍ଲକ ମହାଦେଇଯୋଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଘରୋଇ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ତାଙ୍କ ଘର ନିକଟ ରାଇସୁଆଁ ରେଳ ଲାଇନ୍‌ରେ ସେ ଆତ୍ମହତ୍ୟା ନ କରି ଏତେ ଦୂରରେ କ’ଣ ପାଇଁ କଲେ ସେ ନେଇ ସନ୍ଦେହ ସୃଷ୍ଟି ହେଉଥିବାରୁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।