ଟ୍ରେନ୍‌ରେ କଟି ମହିଳା ମୃତ

ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା ଜିଲା ବାଘମାରୀ ଥାନା ବାଘମାରୀ ଓଭରବ୍ରିଜ୍‌ଠାରେ ଗୁରୁବାର ଟ୍ରେନ୍‌ରେ କଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାଘମାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ।