ଟ୍ରେନ୍‌ରେ ବମ୍ବେରୁ ଆସି ଭୁବନେଶ୍ୱରରେ ଫସିଥିଲେ ଯୁବତୀ: ସହାୟତାର ହାତ ବଢ଼ାଇଲେ ସବ୍ୟସାଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ସୁନ୍ଦରଗଡ଼ର ପିଙ୍କି ମିଞ୍ଜ ବମ୍ବେର ଏକ କମ୍ପାନୀରେ କାମ କରୁଥିଲେ। ଟ୍ରେନ୍‌ ଚାଲିବା ପରେ ସେ ଆସି ଭୁବନେଶ୍ୱରରରେ ପହଞ୍ଚିଥିଲେ। ହେଲେ ଟ୍ରେନ୍‌ରେ ତାଙ୍କର ଟଙ୍କା, ମୋବାଇଲ ଏବଂ ଆଧାରକାର୍ଡ ଚୋରି ହୋଇଯାଇଥିଲା। ଫଳରେ ସେ ଭୁବନେଶ୍ୱରରେ ଫସି ରହିଥିଲେ। ଏ ନେଇ ଖବର ପାଇ ଶନିବାର ଅଭିନେତା ସବ୍ୟସାଚୀ ମିଶ୍ର ପହଞ୍ଚି ପିଙ୍କିଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ସୂଚନା ମିଳିଛି। ଅଭିନେତା ତାଙ୍କୁ ଟଙ୍କା ଦେବା ସହ ମାସ୍କ , ସାନିଟାଇଜର ଦେଇଛନ୍ତି। ତେବେ ସୁନ୍ଦରଗଡ଼କୁ ବସ୍‌ ଚାଲୁ ନ ଥିବାରୁ ଯୁବତୀଙ୍କୁ ଭୁବନେଶ୍ୱରର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ବସ୍‌ ଚାଲିବା ପରେ ଯୁବତୀଙ୍କ ଘରକୁ ଫେରିବାର ବ୍ୟବସ୍ଥା କରାଯିବ ବୋଲି ସବ୍ୟସାଚୀ କହିଛନ୍ତି।

Share