Categories: ଗଞ୍ଜାମ

ଟ୍ରେନ୍‌ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍‌ ଦେଲା ଆର୍‌ପିଏଫ୍‌

ଛତ୍ରପୁର,୨୬ା୧୨(ଡି.ଏନ.ଏ)- ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି। ୨୩ ତାରିଖରେ ଭୁବନେଶ୍ୱରରୁ ବାଲୁଗଁ। ପାଇଁ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ବାଲୁଗଁ। ଥାନା ଅଳଇଢିହ ଛକର ସୌମ୍ୟଜିତ୍‌ ବରାଳ ଯାତ୍ରା କରିଥିଲେ। ତେବେ ଅସାବଧାନତା କାରଣରୁ ସେ ତାଙ୍କ ବ୍ୟାଗ୍‌କ ଉକ୍ତ ଟ୍ରେନ୍‌ରେ ଛାଡି ଦେଇଥିଲେ। ପରେ ଏ ସମ୍ପର୍କରେ ବାଲୁଗଁ। ଷ୍ଟେଶନ ମାଷ୍ଟରଙ୍କୁ ସେ ଜଣାଇଥିଲେ। ଏହାପରେ ଉକ୍ତ ଷ୍ଟେଶନ ମାଷ୍ଟରଙ୍କ ପକ୍ଷରୁ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନକୁ ଏ ସମ୍ପର୍କରେ ଜଣାଇଥିଲେ। ଏ ସମ୍ପର୍କରେ ଖୋର୍ଦ୍ଧା ଷ୍ଟେଶନ କର୍ର୍ତ୍ତୃପକ୍ଷଙ୍କ ପକ୍ଷରୁ ଛତ୍ରପୁର ଆରପିଏଫ୍‌ ଆଉଟ୍‌ପୋଷ୍ଟକୁ ୨୩ ତାରିଖ ସନ୍ଧ୍ୟା ୭ଟା ୨୦ରେ ସୂଚନା ଆସିଥିଲା। ଏହାପରେ ଛତ୍ରପୁର ଷ୍ଟେଶନଠାରେ ଉକ୍ତ ଟ୍ରେନ୍‌ ଅଟକିବା ପରେ ସ୍ଥାନୀୟ ଆରପିଏଫ୍‌ ଆଉଟପୋଷ୍ଟ ର ଏଏସଆଇ ଏସ୍‌ ଏ ପାତ୍ର ଓ ତାଙ୍କ ଷ୍ଟାଫ୍‌ ଟ୍ରେନ୍‌ ର ସାଧାରଣ ବଗି ରେ ସୌମ୍ୟଜିତ୍‌ ଙ୍କ ବ୍ୟାଗ୍‌ ପାଇଥିଲେ ା ବ୍ୟାଗ୍‌ ମିଳିଥିବା ସମ୍ପର୍କରେ ଛତ୍ରପୁର ଆର୍‌ପିଏଫ୍‌ ଆଉଟ୍‌ପୋଷ୍ଟ ପକ୍ଷରୁ ୨୪ ତାରିଖ ପୂର୍ବାହ୍ନ ୯ ଟାରେ ସୌମ୍ୟଜିତ୍‌ଙ୍କୁ ଖବର ଦିଆଯାଇଥିଲା ା ସୌମ୍ୟଜିତ୍‌ ଛତ୍ରପୁର ଷ୍ଟେଶନରେ ପହଞ୍ଚିିବା ପରେ ଯାଞ୍ଚ କରାଯାଇ ତାଙ୍କ ବ୍ୟାଗ୍‌କୁ ଆର୍‌ପିଏଫ୍‌ ଆଉଟପୋଷ୍ଟ କର୍ତ୍ତୃପକ୍ଷ ହସ୍ତାନ୍ତର କରିଥିଲେ ା ଏନେଇ ଆର୍‌ପିଏଫ୍‌ କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଥିଲେ ା ଉକ୍ତ ବ୍ୟାଗ୍‌ରେ ସୌମ୍ୟଜିତ୍‌ଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍‌, ଆଧାର କାର୍ଡ, ବହି ସମେତ ୧୦ ହଜାର ଟଙ୍କାର ଜିନିଷ ଥିଲା ା