ଟ୍ରେନ୍‌ରେ ଯାତ୍ରୀ ଛାଡିଥିବା ବ୍ୟାଗ ଦେଲା ଆରପିଏଫ୍‌

ଛତ୍ରପୁର,୨ା୯(ଡି.ଏନ.ଏ)- ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି ା ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା କାଞ୍ଚିଲି ଥାନା ଅଧିନ କୋକିଲିପୁଟୁଗ ଗାଁର କ୍ଷେତ୍ରବାସୀ ସାହୁ ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସରୁ ସୋମପେଟା ଷ୍ଟେଶନରେ ଓହ୍ଲାଇଥିଲେ । ହେଲେ ସେ ଉକ୍ତ ଟ୍ରେନ୍‌ରେ ତାଙ୍କର ଟ୍ରଲି ବ୍ୟାଗ୍‌କୁ ଭୁଲରେ ଛାଡି ଦେଇଥିଲେ । ଏ ନେଇ କ୍ଷେତ୍ରବାସୀ ଛତ୍ରପୁରରେ ଥିବା ତାଙ୍କ ସାଙ୍ଗକୁ ଫୋନ୍‌ କରି ଛତ୍ରପୁର ଆଉଟପୋଷ୍ଟର ଏଏସଆଇ ଏସ. ଏ ପାତ୍ରଙ୍କ ମୋବାଇଲ ଫୋନ୍‌ ନମ୍ବର ନେଇ ଘଟଣା ସମ୍ପର୍କରେ ଜଣାଇଥିଲେ ା ପରେ ଏଏସଆଇ ପାତ୍ର, କନେଷ୍ଟବଳ ଏସ୍‌. ବେହେରା ଛତ୍ରପୁର ଷ୍ଟେଶନରେ ଉକ୍ତ ଟ୍ରେନ୍‌ରୁ କ୍ଷେତ୍ରବାସୀଙ୍କ କହିବା ମୁତାବକ କୋଚ୍‌ ଓ ବର୍ଥ ନିକଟରୁ ତାଙ୍କ ବ୍ୟାଗ ପାଇଥିଲେ । ବ୍ୟାଗ୍‌ ମିଳିଥିବା ସମ୍ପର୍କରେ କ୍ଷେତ୍ରବାସୀଙ୍କୁ ଜଣାଥ ଦିଆଯିବାରୁ ସେ ଛତ୍ରପୁର ଆଉଟପୋଷ୍ଟକୁ ଆସି ଉକ୍ତ ଟ୍ରଲି ବ୍ୟାଗ ନେଇଥିଲେ। ସେଥିରେ କ୍ଷେତ୍ରବାସୀଙ୍କ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ଓ ମୋବାଇଲ ଥିଲା ।