ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ମେସ୍‌ ମାଲିକ ଗିରଫ

ଭଦ୍ରକ ଅଫିସ,୯।୨: ଗତ କିଛିଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ଭଦ୍ରକ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ବାସୁଦେବପୁର ପୋଲିସ ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ରବିବାର ଗିରଫ କରିଛି।
ସୂଚନାଯୋଗ୍ୟ, ଛାତ୍ରୀଙ୍କ ମୃତ୍ୟୁ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମାତ୍ର ପରେ ସେ ରହୁଥିବା ମେସ୍‌ ମାଲିକଙ୍କ ସହ ତାଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସାମାଜିକ ସଂଗଠନ ଦାବି କରି ଆସୁଥିଲା । ଶେଷରେ ପୋଲିସ ଡାଙ୍ଗୁଆଙ୍କୁ ଗିରଫ କରିଛି।

Share