ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ରସାଳପୁର, ୨୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ହରିଡ଼ା ଗ୍ରାମର ପ୍ରଭାକର ମହାଳିକ ନାମକ ଯୁବକ ଶୁକ୍ରବାର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ରେଳବାଇ ପୋଲିସ ପହଞ୍ଚତ୍ ଶବ ଜବତ କରି ପଞ୍ଚନାମା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପ୍ରଭାକର ମହାଳିକ (୨୦) ଭୋର୍‌ ସମୟରେ ଶୌଚ ପାଇଁ ଯାଉଛି କହି ଆମତ୍ହତ୍ୟା କରିଛନ୍ତି। ସେ ବାଲେଶ୍ୱର ଆଇଟିଆଇ ଇଣ୍ଡଷ୍ଟ୍ରିଆଲ ସ୍କୁଲରେ ଡିପ୍ଲୋମା ପଢୁଥିବା ବେଳେ ପ୍ରଥମ ବର୍ଷର ଛାତ୍ର ଥିଲେ। ପ୍ରଭାକର ଗୁରୁବାର ରାତିରେ ଏକ ବାହାଘର ଭୋଜିର କ୍ୟାଟ୍ରିଙ୍ଗ କାମ ପାଇଁ ଯାଇଥିଲେ। ସକାଳେ ଘରକୁ ଆସି ଏଭଳି ଦୁର୍ଘଟଣା ଘଟାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।