ଟ୍ରେନ୍‌ ଆଗକୁ ଡେଇଁ ରେଳ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା ଅଫିସ,୧୫।୧: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ରେଳ ଷ୍ଟେଶନରେ ଜଣେ ରେଳ କର୍ମଚାରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଟ୍ରେନ୍‌ରେ ତାଙ୍କର ଗୋଟିଏ ଗୋଡ଼ କଟିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ରେଳକର୍ମଚାରୀ ଜଣଙ୍କର ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ଓ ମାରପିଟ ହୋଇଥିଲା। ଏଥିରେ ଗୁରୁତର ହୋଇ ସ୍ତ୍ରୀ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ରେଲ୍‌ଓ୍ବେ ପୋଲିସ ସୂଚନା ଦେଇଛି। ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି।