ଟ୍ରେନ୍‌ ଇଞ୍ଜିନରୁ ଖସିଲା ବଗି, ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍‌

ଖୋର୍ଦ୍ଧା ଅଫିସ,୨।୧୧: ଖାର୍ଦ୍ଧା ଜିଲା ବାଲୁଗାଁ ବଡ଼କୂଳ ରେଳକ୍ରସିଙ୍ଗ ପୂର୍ବରୁ ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ୍‌ ଶନିବାର ଦୁଇ ଭାଗ ହୋଇଯାଇଥିଲା। ଏହା ପୂର୍ବତନ ରେଳ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି। ତେବେ ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଥିବା କୁହାଯାଇଛି।

ଟ୍ରେନ୍‌ରୁ ଇଞ୍ଜିନ୍‌ ବଗି ଖସି ଯାଇଥିବା ଯୋଗୁ ଅନ୍ୟ ଡବାଗୁଡ଼ିକ ସହ ଇଞ୍ଜିନ ଦୁଇ କିମି ଚାଲିଯାଇଥିଲା। ଏନେଇ ଟ୍ରେନ୍‌ର କେତେକ ଯାତ୍ରୀ ବାଲୁଗାଁ ଷ୍ଟେଶନକୁ ସୂଚନା ଦେଇଥିଲେ। ସେଠାକାର ରେଳ କର୍ତ୍ତୃପକ୍ଷ ଡ୍ରାଇଭରଙ୍କୁ ସୂଚନା ଦେବାପରେ ସେ ଇଞ୍ଜିନକୁ ପଛକୁ ଫେରାଇଥିଲେ। ପରେ ରହିଯାଇଥିବା ବଗିଗୁଡ଼ିକୁ ସଂଯୋଗ କରାଯିବା ପରେ ଟ୍ରେନ୍‌ ସିକନ୍ଦରାବାଦ ଅଭିମୁଖେ ଗସ୍ତ କରିଥିଲା।

Share