Categories: ଜାତୀୟ

ଟ୍ରେନ୍‌ ଉପରେ ମହାକାଶରୁ ରଖାଯିବ କଡ଼ା ନଜର: ୬ ହଜାର ଇଞ୍ଜିନ୍‌ରେ ଲଗା ସରିଛି ‘ଗଗନ ପ୍ରଣାଳୀ’

ନୂଆଦିଲ୍ଲୀ,୧୫।୧୦: ଆଉ ଗୋଟିଏ ବର୍ଷ ପରେ ୨୦୨୦ ସୁଦ୍ଧା ଟ୍ରେନ୍‌ ଉପରେ ମହାକାଶରୁ କଡ଼ା ନଜର ରଖାଯିବ। ଏନେଇ ସାଟେଲାଇଟ୍‌ ସହିତ ଟ୍ରେନ୍‌ ଲୋକୋମୋଟିଭ୍‌ ଇଞ୍ଜିନ୍‌ ମଧ୍ୟରେ ସଂଯୋଗ ସ୍ଥାପିତ କରାଯିବ। ଦେଶରେ ଥିବା ୧୨ ହଜାର ଲୋକୋମୋଟିଭ୍‌ ଇଞ୍ଜିନ୍‌ ମଧ୍ୟରୁ ଇତି ମଧ୍ୟରେ ୬ ହଜାରରେ ‘ଗଗନ ପ୍ରଣାଳୀ’ ସ୍ଥାପିତ ହୋଇସାରିଛି। ଅବଶିଷ୍ଟ ଇଞ୍ଜିନ୍‌ ଗୁଡ଼ିକରେ ଖୁବ୍‌ ଶୀଘ୍ର ଏହି ପ୍ରଣାଳୀ ଲଗାଯିବ। ଇସ୍ରୋ ପକ୍ଷରୁ ଏନେଇ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଏଥିଲାଗି ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗଗନ ପ୍ରଣାଳୀ ଦ୍ୱାରା ପ୍ରତି ୩୦ ସେକେଣ୍ଡରେ ଟ୍ରେନ୍‌ର ଗତି, ସ୍ଥିତି ସମ୍ପର୍କରେ ଆବଶ୍ୟକୀୟ ସୂଚନା ମିଳିପାରିବ।

Share