ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇଲେ ୩୫୦ପ୍ରବାସୀ:କଣ୍ଟାବାଞ୍ଜି ରେଳ ଷ୍ଟେଶନରୁ ଚମ୍ପଟ୍‌ ମାରିଲେ ୪୫

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୬ା୫ (ଡି.ଏନ୍‌.ଏ.)
ଗୁଜରାଟର ଗାନ୍ଧୀଧାମରୁ କଟକର ନିର୍ଗୁଣ୍ଡି ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଚେନ୍‌ ଟାଣି ୩୫୦ ପ୍ରବାସୀ ସୋମବାର ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ରେଳଷ୍ଟେଶନ୍‌ରେ ଓହ୍ଲାଇ ପଡିଥିଲେ। ସେମାନଙ୍କ ଭିତରୁ ୩୦୫ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୫ଜଣ କୁଆଡେ ଫେରାର ହୋଇଯାଇଥିବା ଜଣାପଡିଛି ା ପ୍ରବାସୀଙ୍କ ଏଭଳି କାଣ୍ଡକୁ ନେଇ ଚିନ୍ତାରେ ପଡିଛି ଜିଲା ପ୍ରଶାସନ ଓ ପୋଲିସ ା
ସୋମବାର ଭୋର ୫ଟାରେ ଗାନ୍ଧୀଧାମ-ନିର୍ଗୁଣ୍ଡି ଶ୍ରମିକ ସ୍ପେଶାଲ ଟ୍ରେନ୍‌ କଣ୍ଟାବାଞ୍ଜି ଷ୍ଟେଶନ୍‌ରେ ପହଞ୍ଚତ୍ବାବେଳେ କେତେଜଣ ପ୍ରବାସୀ ହଠାତ୍‌ ଟ୍ରେନ୍‌ ଚେନ୍‌ ଟାଣି ଦେଇଥିଲେ ା ଫଳରେ କଣ୍ଟାବାଞ୍ଜି ଷ୍ଟେଶନ୍‌ରେ ଟ୍ରେନ୍‌ ଅଟକି ଯାଇଥିଲା ା ଏହାପରେ ଶତାଧିକ ପ୍ରବାସୀ ସେଠାରେ ଓହ୍ଲାଇ ପଡିଥିଲେ ା ପ୍ରବାସୀଙ୍କ ଏଭଳି କାଣ୍ଡ ଦେଖି କଣ୍ଟାବାଞ୍ଜି ଜିଆରପି ଓ ଆରପିଏଫ୍‌ ପୋଲିସ ଟ୍ରେନ୍‌ରୁ ଓହ୍ଲାଇଥିବା ପ୍ରବାସୀଙ୍କୁ ଷ୍ଟେଶନ୍‌ ଭିତରେ ଅଟକି ରହିବାକୁ କହିଥିଲେ ା କୌଣସି ପ୍ରବାସୀ ଯେଭଳି ଷ୍ଟେଶନ୍‌ ବାହାରକୁ ବିନା ଅନୁମତିରେ ନ ଯିବେ ସେନେଇ ତାଗିଦ୍‌ କରିଥିଲେ ା ଖବର ପାଇ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର, ତହସିଲଦାର ଅଶୋକ କୁମାର ମାଝି, ଥାନାଧିକାରୀ ସତ୍ୟଜିତ୍‌ କାଣ୍ଡେଲକର ଷ୍ଟେଶନ୍‌ରେ ପହଞ୍ଚତ୍ଥିଲେ ା ଏହି ଟ୍ରେନ୍‌ର ଷ୍ଟପେଜ୍‌ କଣ୍ଟାବାଞ୍ଜିରେ ନ ଥିବାରୁ ସିଧା ନିର୍ଗୁଣ୍ଡି ଷ୍ଟେଶନ୍‌କୁ ଯିବାକୁ ପଡିବ ଓ ସେଠାରୁ ପୁଣି ନୂଆପଡା, ବଲାଙ୍ଗୀର ଓ ବରଗଡ଼ ଜିଲାକୁ ଫେରିବାକୁ ପଡିବ ଭାବି କେତେଜଣ ପ୍ରବାସୀ କଣ୍ଟାବାଞ୍ଜି ଷ୍ଟେଶନ୍‌ରେ ଚେନ୍‌ ଟାଣି ଟ୍ରେନ୍‌ ଅଟକାଇଥିଲେ ା ତହସିଲଦାର ଓ ପୋଲିସ ବିଭାଗର ତଦାରଖ ପରେ ଏହି ଟ୍ରେନ୍‌ରୁ ୩୫୦ ଜଣ ପ୍ରବାସୀ ସେଠାରେ ଓହ୍ଲାଇ ପଡିଥିବା ଜଣାପଡିଥିଲା ା ତେବେ ସେମାନଙ୍କ ମଧ୍ୟରୁ ୪୫ ଜଣ ଫେରାର ହୋଇଯାଇଥିବା ବେଳେ ବାକି ୩୦୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା ା ଏହି ୩୦୫ ଜଣଙ୍କ ଭିତରେ ନୂଆପଡା ଜିଲାର ୨୮୩, ବଲାଙ୍ଗୀରର ୧୭ ଓ କଳାହାଣ୍ଡି ଜିଲାର ୫ଜଣ ପ୍ରବାସୀ ରହିଛନ୍ତି। ଏହାପରେ ଏଠାରେ ଅଟକି ଥିବା ଏହି ଟ୍ରେନ୍‌କୁ ପୂର୍ବାହ୍ନ ୯ଟାରେ ନିର୍ଗୁଣ୍ଡି ଅଭିମୁଖେ ଛଡାଯାଇଥିଲା ଓ କଣ୍ଟାବାଞ୍ଜିରେ ଓହ୍ଲାଇ ପଡିଥିବା ୩୦୫ ଜଣଙ୍କୁ ସେମାନଙ୍କ ଜିଲାକୁ ପଠାଇ ଦିଆଯାଇଛି ା