ଟ୍ରେନ୍‌ ଚେନ୍‌ ଟାଣି ୧୫୩୪ ପ୍ରବାସୀ ଓହ୍ଲାଇବା ଘଟଣା: ୨୭ଟି ବସ୍‌ ଯୋଗେ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇଲା ପ୍ରଶାସନ

ଛତ୍ରପୁର,୩୦ା୫(ଡି.ଏନ୍‌.ଏ.): ସୁରଟରୁ ବାଲେଶ୍ୱର ଯାଉଥିବା ଟ୍ରେନର ଚେନ୍‌ ଟାଣିି ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ନିକଟରେ ୧୫୩୪ ଜଣ ପ୍ରବାସୀ ଶୁକ୍ରବାର ସନ୍ଧ୍ୟାରେ ଓହ୍ଲାଇ ପଡ଼ିଥିଲେ। ଘଟଣାସ୍ଥଳରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍‌ପି ବ୍ରିଜେଶ କୁମାର ରୟ, ପୋଲିସ, ଆର୍‌ପିଏଫ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ପ୍ରବାସୀମାନଙ୍କୁ ବୁଝାସୁଝା କରିଥିଲେ। ପରେ ଏଣେତେଣେ ବୁଲୁଥିବା ସମସ୍ତ ପ୍ରବାସୀଙ୍କୁ ଉଦ୍ଧାର କରଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରଟିଓ ସଞ୍ଜୟ ବିଶାଳ ୨୭ଟି ବସ୍‌ର ବ୍ୟବସ୍ଥା କରିଥିଲେ। ରାତି ସାରା ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଚାଲିଥିଲା। ବସ୍‌ ଯୋଗେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share