ଟ୍ରେନ୍‌ ଧକ୍କାରେ ଛାତ୍ର ମୃତ: ବିଦ୍ୟାଳୟ ଫାଟକ ବନ୍ଦ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାରିପଦା ଅଫିସ,୩୦।୧୧: ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟ ମଛପଦା ଲେବଲ କ୍ରସିଂ ନିକଟରେ ଶନିବାର ଭୋର ସମୟରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଟ୍ରେନ୍‌ ଲାଇନ୍‌ କଡ଼ରେ ମୃତଦେହ ପଡ଼ିଥିବାରୁ ତାଙ୍କୁ ଟ୍ରେନ୍‌ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ମୃତଛାତ୍ରଜଣଙ୍କ ହେଲେ ଗୋପବନ୍ଧୁ ଶିକ୍ଷା ନିକେତନର ଦଶମ ଶ୍ରେଣୀ ଛାତ୍ର ବିଜୟ ନାୟକ। ତାଙ୍କ ଘର କୁଳିଅଣା ଥାନା ଖାଣ୍ଡିଆ ଅଞ୍ଚଳରେ ହୋଇଥିବା ବେଳେ ସେ ହଷ୍ଟେଲରେ ରହି ପଢ଼ୁଥିଲେ। ତାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ବିଦ୍ୟାଳୟର ଗେଟ୍‌ ବନ୍ଦ କରି ଆନ୍ଦୋଳନ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।