Advertisement

ଟ୍ରେନ୍‌ ଧକ୍କାରେ ଜଣକ ଜୀବନ ଗଲା

ଛତ୍ରପୁର,୭ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଛତ୍ରପୁର ଥାନା ବ୍ରାହ୍ମଣିଆପଲ୍ଲୀ ରେଳ ଫାଟକ ନିକଟରେ ଟ୍ରେନ ଧକ୍କାରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକlରିପଲ୍ଲୀ ପଞ୍ଚାୟତର ବ୍ରାହ୍ମଣୀଆପଲ୍ଲୀ ଗ୍ରାମର ପଞ୍ଚୁ ସେଠୀ। ସକାଳୁ ପଞ୍ଚୁ କାଜୁ ତୋଟାକୁ ରେଳ ଧାରଣା ପାର ହୋଇ ଯାଉଥିବା ବେଳେ ଟ୍ରେନ୍‌ ଆସୁଥିବାର ସେ ଜାଣି ପାରି ନ ଥିଲେ। ଫଳରେ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel