ଟ୍ରେନ୍‌ ଧକ୍କାରେ ମା’, ଝିଅ ମୃତ

ଯାଜପୁର ରୋଡ୍‌,୨୩।୧୧(ଡି.ଏନ୍‌.ଏ.): ଯାଜପୁର କେନ୍ଦୁଝର ରୋଡ୍‌ ରେଳ ଷ୍ଟେଶନ ନିକଟ ଅହମ୍ମଦନଗର ନିକଟରେ ଶନିବାର ହାଓ୍ବଡା-ପୁରୀ ପାସେଞ୍ଜର ଟ୍ରେନ୍‌ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ୟାସନଗର ପୌରାଞ୍ଚଳସ୍ଥିତ ଚାନ୍ଦମା ଗ୍ରାମର କାଠି ରଣା ଏବଂ ଗୁରୁବାରୀ ରଣା। ସେମାନେ ସମ୍ପର୍କରେ ମା’ ଝିଅ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜିଆର୍‌ପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share