ଟ୍ରେନ୍‌ ବଗିରେ ଆଇସୋଲେଶନ ୱାର୍ଡର ପ୍ରସ୍ତୁତି

ପୁରୀ ଅଫିସ,୧୧ା୪: କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ସବୁସ୍ତରରେ ଉଦ୍ୟମ ଚାଲିଛି। ତଥାପି ଆୟତ୍ତକୁ ଆସୁନାହିଁ ବିଶ୍ୱ ମହାମାରୀ କରୋନା। ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ମଧ୍ୟ କରୋନା ବିରୋଧୀ ଲଢେଇରେ ସାମିଲ ହୋଇଛି। ବିଭିନ୍ନ ଟ୍ରେନ ବଗିରେ ଆେଇସୋଲେଶନ ୱାର୍ଡ ପ୍ରସ୍ତୁତ କରାଯାଉଛି। ପୂର୍ବତଟ ରେଳର ପୁରୀ ଷ୍ଟେଶନରେ ୩୯ଟି ବଗିରେ ଏହି କାମ ଦ୍ରୁତଗତିରେ ଆଗେଇ ଚାଲିଛି। କୋଚିଂ ଡିପୋରେ ଚାଲିଥିବା ଏହି କାମ ବର୍ତ୍ତମାନ ସୁଦ୍ଧା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ଭିତରେ ଯେଉଁସବୁ ଯନ୍ତ୍ରପାତି ରହିବା କଥା ତାହା ରଖାଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ହସ୍ପିଟାଲ ବାଦ୍‌ ଯଦି ଆକ୍ରାନ୍ତଙ୍କ ପାଇଁ ଆହୁରି ବେଡ୍‌ ଦରକାର ପଡେ ଏବଂ ସରକାର ଯଦି ଚାହାନ୍ତି ତେବେ ତେବେ ରେଲୱେ ପକ୍ଷରୁ ଏହାର ସୁବିଧା ଉପଲବ୍ଧ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କୋଭିଡ୍‌ ହସ୍ପିଟାଲରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି ଏଠାରେ ମଧ୍ୟ ସେହିଭଳି ସୁବିଧା ମିଳିବ ବୋଲି ଜଣାପଡିଛି।

Share